ଭୁବନେଶ୍ବର: ହାଇଦ୍ରାବାଦସ୍ଥିତ ଆମେରିକୀୟ ବାଣିଜ୍ୟ ଦୂତାବାସର ଲୌରା ୱିଲିୟମ ଓଡ଼ିଶା ପରିଦର୍ଶନରେ ଆସିଥିବା ବେଳେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ୟୁସିସିଆଇଏଲ୍) ତରଫରୁ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୟୁସିସିଆଇଏଲ୍ର ସଭାପତି ଡ. ପ୍ରବୋଧ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସେ ରାଜ୍ୟର ସମୃଦ୍ଧ ପ୍ରାକୃତିକ ସମ୍ବଳ ଓ ନିକଟରେ ସେମିକଣ୍ଡକ୍ଟର ଓ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଆମେରିକା ସହ ଓଡ଼ିଶାର ବାଲାନ୍ସ ଅଫ୍ ପେମେଣ୍ଟ୍ ସକାରାତ୍ମକ ଥିବା ସେ କହିଥିଲେ। ବ୍ୟବସାୟ ସୁଯୋଗ ସନ୍ଧାନ କରିବାକୁ ୟୁସିସିଆଇଏଲ୍ର ଏକ ପ୍ରତିନିଧି ମଣ୍ଡଳୀ ଆମେରିକା ଗସ୍ତ କରିବାକୁ ଯୋଜନା ରଖିଥିବା ସେ ସୂଚନା ଦେଇଥିଲେ। ଆମେରିକା ବାଣିଜ୍ୟ ଦୂତ ୱିଲିୟମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରିଥିଲେ। ସେ ବରିଷ୍ଠ ସରକାରୀ ଅଧିକାରୀମାନଙ୍କ ସହ ସଂସ୍କୃତି, କ୍ରିଟିକାଲ ମିନେରାଲ, ସୂଚନା ପ୍ରଯୁକ୍ତି ଓ ଏଆଇ ବିଷୟରେ ଆଲୋଚନା କରିଥିଲେ।

0 Comments