Success: ଦଶ ବର୍ଷ ପରେ ସଫଳତାର ଆଶା

 


ଗୋଟିଏ ସମୟରେ ‘ସିରିଏଲ୍‌ କିସର୍‌’ ଭାବେ ପ୍ରସିଦ୍ଧି ଲାଭ କରିଥିବା ଅଭିନେତା ଇମରାନ ହାଶମୀ ତାଙ୍କ କ୍ୟାରିଅର୍‌ର ମୋଡ଼ ବଦଳାଇ ଏବେ ଜଣେ ପରିପକ୍ବ ଅଭିନେତାର ପରିଚୟ ହାସଲ କରିଛନ୍ତି। ଗତ ଦଶ ବର୍ଷ ମଧ୍ୟରେ ତାଙ୍କୁ ଅନେକ ଅର୍ଥପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଛି, ସମୀକ୍ଷକମାନେ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି କିନ୍ତୁ ତାଙ୍କର କୌଣସି ଚଳଚ୍ଚିତ୍ର ବ୍ୟାବସାୟିକ ଦୃଷ୍ଟିରୁ ସଫଳ ହୋଇ ନାହିଁ। ଆଶା ଥିଲା ଯେ ୨୦୨୩ର ‘ଟାଇଗର୍‌ ୩’ ଚଳଚ୍ଚିତ୍ର ତାଙ୍କୁ ଫ୍ଲପ୍‌ ଅପବାଦରୁ ମୁକ୍ତ କରିବ କିନ୍ତୁ ତାହା ମଧ୍ୟ ଭଲ ବ୍ୟବସାୟ କରିବାକୁ ଅସମର୍ଥ ହେଲା। ଏବେ ସେ ‘ଆଵାରାପନ ୨’ ଚଳଚ୍ଚିତ୍ରକୁ ନେଇ ନୂଆ ଆଶା ବାନ୍ଧିଛନ୍ତି। ଆସନ୍ତା ଅଗଷ୍ଟ ୧୪ରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରରେ ସେ ଦିଶା ପଟାନୀଙ୍କ ସହିତ ଦେଖାଦେବେ। ଉଲ୍ଲେଖଯୋଗ୍ୟ ଯେ ଇମରାନଙ୍କ ଶେଷ ସଫଳ ଚଳଚ୍ଚିତ୍ର ୨୦୧୫ରେ ଆସିଥିଲା। ତାହା ଥିଲା ‘ହମାରୀ ଅଧୁରି କାହାନୀ’। ଏହା ପରେ ସେ ଲଗାତାର ୧୨ଟି ଅସଫଳ ଚଳଚ୍ଚିତ୍ରରେ ଅଭିନୟ କଲେଣି। ୨୦୦୭ରେ ମୁକ୍ତିଲାଭ କରିଥିବା ‘ଆଵାରାପନ’ ଏକ ଲୋକପ୍ରିୟ ଚଳଚ୍ଚିତ୍ର ହୋଇଥିବାରୁ ତାହାର ସିକ୍ବେଲ୍‌କୁ ଅନେକ ସିନେପ୍ରେମୀ ଅପେକ୍ଷା କରି ରହିଛନ୍ତି। ତେଣୁ ଏହା ଇମରାନଙ୍କୁ ବହୁ ପ୍ରତୀକ୍ଷିତ ସଫଳତା ଦେବ ବୋଲି ଅନୁମାନ କରାଯାଉଛି।

Post a Comment

0 Comments