ବିଶ୍ବର ଶ୍ରେଷ୍ଠ ୧୦ କ୍ରୀଡ଼ାପ୍ରଧାନ ଦେଶରେ ପରିଣତ ହେବ ଭାରତ : କ୍ରୀଡ଼ାମନ୍ତ୍ରୀ


ନୂଆଦିଲ୍ଲୀ: ଆସନ୍ତା ୧୦ ବର୍ଷରେ ଅର୍ଥାତ ୨୦୩୬ ସୁଦ୍ଧା ଭାରତ ବିଶ୍ବର ଶ୍ରେଷ୍ଠ ଦଶଟି ଓ ୨୦୪୭ ସୁଦ୍ଧା ଶ୍ରେଷ୍ଠ ପାଞ୍ଚ କ୍ରୀଡ଼ାପ୍ରଧାନ ଦେଶ ମଧ୍ୟରେ ଅନ୍ୟତମ ହେବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। କାଶ୍ମୀର ଗସ୍ତ ଅବସରରେ ସେ କହିଛନ୍ତି ଯେ ଦେଶରେ କ୍ରୀଡ଼ାର ଉନ୍ନତି ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ‘ଖେଲୋ ଇଣ୍ଡିଆ’ ଓ ‘ଫିଟ୍‌ ଇଣ୍ଡିଆ’ ଆଦି କାର୍ଯ୍ୟକ୍ରମ ଯୋଗୁଁ ଦେଶର କ୍ରୀଡ଼ା କ୍ଷେତ୍ରରେ ଉନ୍ନତି ହେଉଛି ଓ ଯୁବପିଢି ସୁଯୋଗ ପାଉଛନ୍ତି। ସେ କରିଛନ୍ତି ଯେ ୨୦୩୦ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି ଓ ୨୦୩୬ ଅଲମ୍ପିକ୍ସ ପାଇଁ ଦାବି କରୁଛି। ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସବୁ ପ୍ରକାରର ଦାବି ଓ ମାନଦଣ୍ଡ ପୂରଣ ଲାଗି ପଦକ୍ଷେପ ନିଆଯାଉଛି। ଦେଶରେ କ୍ରୀଡ଼ା ପ୍ରଶାସନର ଉନ୍ନତି ଓ ଏକ ଢାଞ୍ଚାଗତ ବ୍ୟବସ୍ଥା ସୃଷ୍ଟି ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

0 Comments