କଲମପୁର,୧୫/୬: ରଜପର୍ବ ପୂର୍ବ ଓଡିଶାରେ ଧୁମ୍ ଧାମରେ ପାଳନ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଆଂଶିକ ଭାବେ ପାଳିତ ହେଉଅଛି। ଏହି ପରିପେକ୍ଷିରେ ଆଜି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ଠାରେ ରଜ ମହୋତ୍ସବର ପାଳନ କରୁଛନ୍ତି ଗାଁ ର କୁମାରୀ କନ୍ୟା ସହ ଅନେକ ମହିଳା । ଗତକାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ରଜପର୍ବ ପାଳନ ହେବାକୁ ଥିବା ବେଳେ ଆଜି ମୁଖ୍ୟ ରଜ ସଂକ୍ରାନ୍ତି ରେ ସ୍ଥାନୀୟ ମହିଳା ଏବଂ ଯୁବତୀଙ୍କ ସହ ଛୋଟ ଝିଅମାନେ ରଜପର୍ବର ମଜା ନେଇଥିଲେ। ସକାଳୁ ନୂଆ ପୋଷାକ ପିନ୍ଧିବା ସହ ସାଜସଜ୍ଜା ହୋଇ ଘରେ ଘରେ ବିଭିନ୍ନ ରକମର ପିଠା,ପଣା ତିଆରି କରି ଯୁବତୀ ମାନେ ନୃତ୍ୟ ଗୀତରେ ବିଭୋର ହୋଇଥିଲେ । ଏହି ଅବସରରେ ଗ୍ରାମରେ ଥିବା ଆମ୍ବଗଛ ରେ ଏକ ଦୋଳି ତିଆରି କରି ଯୁବତୀ ମାନେ ଦୋଳି ଖେଳର ମଜା ନେଇଥିଲେ। ରଜ ଉତ୍ସବ ପାଳନ କରିବାରେ ଗ୍ରାମର ସମସ୍ତେ ଯୁବତୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଦେଖିବାକୁ ମିଳିଥିଲା। ଉକ୍ତ କାର୍ଯ୍ୟକ୍ରମରେ ରାଜେଶ୍ୱରି ମାଝୀ,ରିଙ୍କି ମାଝୀ, ବର୍ଷା,କଲ୍ୟାଣୀ, ସଂଘମିତ୍ରା, ରୁବି,ମାମୁନି,ମାଧୁରୀ,ପୁଜା, ନିହାରିକା,ମିକ୍କି,ଅମିତା ମାଝୀ ସମେତ ଗ୍ରାମର ଅନେକ ଯୁବତୀ ଙ୍କ ସହ ଛୋଟ ଝିଅ ମାନେ ଉପସ୍ଥିତ ରହି ଉତ୍ସାହର ସହ ରଜପର୍ବ ପାଳିଥିଲେ। ଏହି ଅବସରରେ ଯୁବତୀ ମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା।


0 Comments